‘ଭାରତ ମୁକ୍ତିମୋର୍ଚା’ ଓ ‘ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା’ ମିଳିତ ନେତୃତ୍ୱରେ ଆସନ୍ତା ଜୁଲାଇ ୧ ତାରିଖ, ବୁଧବାର ଦିନ ସକାଳ ୧୦:୦୦ ଘଟିକା ସମୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଅନୁଷ୍ଠିତ ହେବ।
ଆନ୍ଦୋଳନର ମୁଖ୍ୟ ଦାବି:
୧. ଓଡ଼ିଶା ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ଅବାଞ୍ଛିତ ବିଷୟବସ୍ତୁ ତୁରନ୍ତ ହଟାଯାଉ।
୨. ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯାଉ।
୩. ନୂଆ ଶିକ୍ଷା ନୀତି-୨୦୨୦ ଦ୍ୱାରା ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରୀକରଣ ଓ ବ୍ୟବସାୟୀକରଣ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯାଉ।
ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସାମ୍ବିଧାନିକ ନୀତିନିୟମର ଉଲ୍ଲଂଘନ କରି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଛି, ଯାହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।
ନେତୃତ୍ୱ:
ଭାରତ ମୁକ୍ତିମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସଭାପତି ମା. ମାଧବ ସ୍ୱାଇଁ (୮୨୪୯୫ ୮୪୫୧୨) ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ଇଂ. ବସନ୍ତ ରଞ୍ଜନ ଆଚାର୍ଯ୍ୟ (୯୫୫୬୭ ୩୦୧୬୪) ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି।
ଏହି ଆନ୍ଦୋଳନ ସମସ୍ତ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏ ସମ୍ପର୍କରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଛି।
ରିପୋର୍ଟ: ନବସେତୁ ସମ୍ବାଦଦାତା
ଧନ୍ୟବାଦ ନବସେତୁ ନ୍ଯୁଜ