NABASETULIVE

ଅବସର କାଳୀନ ସମ୍ବର୍ଦ୍ଧନା: ପୁଇଁନ୍ତଲା ABDO ଶ୍ରୀ ବିଜୟ କୁମାର ହୋତାଙ୍କୁ ବ୍ଲକ ପ୍ରଶାସନର ବିଦାୟୀ ସମ୍ମାନ

ନବସେତୁ ନ୍ୟୁଜ | ବଲାଙ୍ଗୀରତା ୦୧/୦୭/୨୦୨୬ | ମଙ୍ଗଳବାର

ଅବସର କାଳୀନ ସମ୍ବର୍ଦ୍ଧନା: ପୁଇଁନ୍ତଲା ABDO ଶ୍ରୀ ବିଜୟ କୁମାର ହୋତାଙ୍କୁ ବ୍ଲକ ପ୍ରଶାସନର ବିଦାୟୀ ସମ୍ମାନ

ପୁଇଁନ୍ତଲା: ପୁଇଁନ୍ତଲା ବ୍ଲକର ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ (ABDO) ଶ୍ରୀ ବିଜୟ କୁମାର ହୋତା ଚାକିରିରୁ ଅବସର ଗ୍ରହଣ କରିବା ଅବସରରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆଜି ଏକ ଭାବଗମ୍ଭୀର ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଆଜି ଅପରାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ, ସମସ୍ତ ସରକାରୀ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରୀ ହୋତାଙ୍କ ଦୀର୍ଘ ୩୦ ବର୍ଷର ନିଷ୍ଠାପର ସେବା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

ବିଡିଓ ଶ୍ରୀ ହୋତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ନିଜ ବକ୍ତବ୍ୟରେ ବିଡିଓ କହିଥିଲେ, “ଶ୍ରୀ ବିଜୟ କୁମାର ହୋତା ଜଣେ କର୍ମନିଷ୍ଠ, ସଚ୍ଚୋଟ ଓ ଲୋକପ୍ରିୟ ଅଧିକାରୀ ଭାବେ ପୁଇଁନ୍ତଲା ବ୍ଲକର ବିକାଶରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଛନ୍ତି। ଗ୍ରାମୀଣ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରିତା, ମନରେଗା, ଆବାସ ଯୋଜନା ତଥା ଜନକଲ୍ୟାଣ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ।”

ସମ୍ବର୍ଦ୍ଧନା ଗ୍ରହଣ କରି ଭାବିହ୍ୱଳ କଣ୍ଠରେ ଶ୍ରୀ ହୋତା କହିଥିଲେ, “ପୁଇଁନ୍ତଲା ମାଟି ଓ ଏଠାକାର ଲୋକମାନେ ମୋତେ ଅପାର ସ୍ନେହ ଓ ସହଯୋଗ ଦେଇଛନ୍ତି। ଜନସେବା ହିଁ ମୋର ଜୀବନର ଲକ୍ଷ୍ୟ ଥିଲା। ଅବସର ପରେ ମଧ୍ୟ ସମାଜ ସେବା ଜାରି ରଖିବି।”

କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, PEO, GRS, ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ରହି ଶ୍ରୀ ହୋତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ।

ରିପୋର୍ଟ: ନବସେତୁ ନ୍ୟୁଜ ବ୍ୟୁରୋ

Leave a Comment

Your email address will not be published. Required fields are marked *

Scroll to Top