NABASETULIVE

ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି

ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି
ବଲାଙ୍ଗିର,ଠ୭/ଠ୭(ନି.ପ୍ର): ବତ୍ତର୍ମାନ ସାରା ଦେଶ ରେ  ଜନଗଣନା ଓଏସ୍‌ଆଇଆର(ସ୍ୱତନ୍ତ୍ର ସଘନ ସଂଶୋଧନ ) କାର୍ଯ୍ୟକ୍ରମ ଚାଲିଥିବା ବେଳେ ବଲାଙ୍ଗୀରରେ ମଧ୍ୟ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ଏହି ଅଭିଯାନର ଗୁରୁତ୍ତ୍ୱକୁ ଉପଲବ୍ଧି କରି  ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଉପଜିଲ୍ଲାପାଳ ଆଲାକ ପେଟଲଙ୍କୁ ସାକ୍ଷାତ କରି ଥିଲେ । ଏସ୍‌ଆଇଆରର ଅଗ୍ରଗତି ଓ ପରିଚାଳନା ସମ୍ବନ୍ଧରେ ଉପଜିଲ୍ଲାପାଳଙ୍କ ସହ ଆ ଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଭ୍ୟ ମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇ ଜନଗଣନା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା  ବିି.ଏଲ.ଓ ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଉପଜିଲ୍ଲାପାଳ ନିବଦନ କରିଛନ୍ତି । ଏସ୍‌ଆଇଆର ଜନଗଣନାର  ଖୁବ୍ କମ୍ ସଂଖ୍ୟକ ବାଦ୍ ପଡିଥିବା  ଭୋଟର  ମାନଙ୍କୁ ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୋଇପାରିବେ ବୋଲି ଶ୍ରୀ ପେଟଲ ପ୍ରତିଶୃତି ଦେଇଥିଲେ । କୌଣସି କାରଣ ବଶତଃ ଚିଠା ଭୋଟର ତାଲିକାରେ ନାମ ଯୋଗ ହୋଇନଥିଲେ ଆସନ୍ତା ଅଗଷ୍ଟ ୪ ତାରିଖସୁଦ୍ଧା ଆପତ୍ତି ଦାଖଲ ଜରିପାରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ପଟେଲ କହିଛନ୍ତି।  ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇ, ସଂଯୋଜକ ମନୋରଞ୍ଜନ ସାହୁଙ୍କ ସେମତ ରଘୁ ନନ୍ଦନ ସିଂହ, ପୀତବାସ ପଣ୍ଡା, ଆନନ୍ଦ ମିଶ୍ର, ପବିତ୍ର ଦାସ, ଶଙ୍କର ପାଣିଗ୍ରାହୀ ପ୍ରମୁଖ ଆଲାଚନାରେ ଅଂଶଗ୍ରହଣ କରିଥିଲ ।

Leave a Comment

Your email address will not be published. Required fields are marked *

Scroll to Top