ନବସେତୁ ନ୍ୟୁଜ୍ଭୁବନେଶ୍ୱର:
ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀ ଓ ସାମାଜିକ ସଙ୍ଗଠନ BAMCEF ର ମାର୍ଗଦର୍ଶନରେ ବହୁଜନ ମୁକ୍ତି ପାର୍ଟି BMP, ଓଡ଼ିଶାର ନୂତନ ରାଜ୍ୟ କମିଟି 2026 ପାଇଁ ଗଠନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବରିଷ୍ଠ ନେତା ଓ ସାମାଜିକ କର୍ମୀଙ୍କୁ ନେଇ 21 ଜଣିଆ ଏହି କମିଟି ଗଠନ କରାଯାଇଛି।
ବିଏମସିଇଏଫ BAMCEF ର କେନ୍ଦ୍ରୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀର କରୋଲବାଗ ଠାରେ ଅବସ୍ଥିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମଚାରୀମାନଙ୍କୁ ସଂଗଠିତ କରି ସାମାଜିକ ନ୍ୟାୟ ଓ ସମାନତା ପାଇଁ କାର୍ଯ୍ୟ କରିବା। ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ବଡଗଡ ବୃତ କଲୋନୀରେ ରହିଛି।
ନୂତନ ରାଜ୍ୟ କମିଟିର ପ୍ରମୁଖ ପଦାଧିକାରୀ:
- ପ୍ରଭାରୀ: ଶ୍ରୀ ଦମ୍ବରୁଧର ମାଝୀ – କଳାହାଣ୍ଡି
- ସଭାପତି: ଶ୍ରୀ ଗଙ୍ଗାଧର ଜଲ – କଳାହାଣ୍ଡି
- କାର୍ଯ୍ୟକାରୀ ସଭାପତି: ବିଶପ ଡ. ପଲ୍ଲା କୁମାର ଲିମା – ଗଜପତି
- ଉପସଭାପତି: ଆଡ୍. ରମେଶ ଲଗୁରୀ – କେନ୍ଦୁଝର, ଶ୍ରୀ ରଘୁମଣି ନାୟକ – କେନ୍ଦୁଝର, ଆଡ୍. ଧର୍ମରାଜ ନାଗବଂଶୀ – ନୂଆପଡା, ଶ୍ରୀ ଶରତ କୁମାର ପାତ୍ର – ଖୋର୍ଦ୍ଧା, ଶ୍ରୀ ନୀଳକଣ୍ଠ ମଲ୍ଲିକ – ଜଗତସିଂହପୁର
- ସାଧାରଣ ସମ୍ପାଦକ: ଶ୍ରୀ ମହେନ୍ଦ୍ର ଧନଦା ମାଝୀ – କଳାହାଣ୍ଡି
- ସମ୍ପାଦକ: ଶ୍ରୀ ଜଗଦୀଶ ନାଏକ – ନୟାଗଡ, ଶ୍ରୀ ଦିବ୍ୟରଞ୍ଜନ ସାହୁ – କଟକ, ଆଡ୍. ପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ – ବରଗଡ, ଶ୍ରୀ ସରୋଜ ମେଶ୍ୱା – ବଲାଙ୍ଗିର, ଶ୍ରୀ ଚିଙ୍କା ଭଟ୍ରା – ନବରଙ୍ଗପୁର, ଶ୍ରୀ ବାରିକ ସୁନା – ସୁନ୍ଦରଗଡ
- କୋଷାଧ୍ୟକ୍ଷ: ଶ୍ରୀ ଖିରସିନ୍ଧୁ ବୋଡକିଆ – କଳାହାଣ୍ଡି
- କାର୍ଯ୍ୟକାରୀ ସଦସ୍ୟ: ଶ୍ରୀ ଭାସ୍କର ବେଶ୍ରା – କୋରାପୁଟ, ଶ୍ରୀ ରବିଚନ୍ଦ୍ର ଡିଗାଲ – କନ୍ଧମାଳ, ଆଡ୍. ଉମା ଶଙ୍କର ନାଏକ – ମାଲକାନଗିରି, ଶ୍ରୀ ମହେଶ୍ୱର ସେଠୀ – ପୁରୀ, ଶ୍ରୀ ଅନିଲ କୁମାର ହେମ୍ବ୍ରମ – ବାଲେଶ୍ୱର
କମିଟିର ଲକ୍ଷ୍ୟ ଓ ଏଜେଣ୍ଡା:
ନବଗଠିତ କମିଟି ରାଜ୍ୟରେ ବହୁଜନ ସମାଜର ସାମାଜିକ, ରାଜନୈତିକ ଓ ଶୈକ୍ଷିକ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଛି। ଆରକ୍ଷଣ ସୁରକ୍ଷା, EVM ବିରୋଧ, ଜାତିଗତ ଜନଗଣନା ଏବଂ ସମ୍ବିଧାନର ସୁରକ୍ଷା ଏହାର ପ୍ରମୁଖ ଏଜେଣ୍ଡା ରହିବ। ଆଗାମୀ ଦିନରେ ଜିଲ୍ଲା ସ୍ତରେ ସମ୍ମିଳନୀ ଓ ଜନସଚେତନତା ଅଭିଯାନ ଚଳାଇବାକୁ କମିଟି ଯୋଜନା କରିଛି।
ଯୋଗାଯୋଗ:
ରାଜ୍ୟ କାର୍ଯ୍ୟାଳୟ: EB-268, ବଡଗଡ ବୃତ କଲୋନୀ, ଭୁବନେଶ୍ୱର, ଓଡ଼ିଶା
ଇମେଲ: odishabamcef@gmail.com
କେନ୍ଦ୍ରୀୟ କାର୍ଯ୍ୟାଳୟ: 1263/14, କେଲା କୋଠି, ଡୋରିୱାଲାନ, ଗୋଶାଲା, କରୋଲବାଗ, ନୂଆଦିଲ୍ଲୀ – 110005
ଫୋନ: 011-47035902
ଇମେଲ: bamcefsachivalay@gmail.com, bamcefcentral@gmail.com
ବିଏମସିଇଏଫ ଓ ବିଏମପିର ଏହି ନୂତନ କମିଟି ଗଠନ ପରେ ଓଡ଼ିଶାରେ ବହୁଜନ ଆନ୍ଦୋଳନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।
ରିପୋର୍ଟ: ନବସେତୁ ବ୍ୟୁରୋ, ଭୁବନେଶ୍ୱର