NABASETULIVE

ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ୍, ସଚିବଙ୍କ ସତର୍କ ସୂଚନା

ନବସେତୁ ନ୍ୟୁଜ୍ | ଭୁବନେଶ୍ଵର

ଭୁବନେଶ୍ଵର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନାମ ବ୍ୟବହାର କରି ନକଲି ପଦୋନ୍ନତି ଆଦେଶ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ବିଭାଗ ସତର୍କ ହୋଇଛି।

ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ସତର୍କ କରାଇଛନ୍ତି। ସୂଚନା ଅନୁଯାୟୀ, GPDO ଓ PA ପଦର ପଦୋନ୍ନତି ନାଁରେ ଜାଲ୍ ଆଦେଶ ପ୍ରସ୍ତୁତ କରି ଘୁରି ବୁଲୁଛି।

ବିଭାଗର ମୁଖ୍ୟ ନିର୍ଦ୍ଦେଶ:

  1. ଏହି ଜାଲ୍ ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରାଯାଇଛି।
  2. କୌଣସି ଅଧିକାରୀ ଓ କର୍ମଚାରୀ ଏହାକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦିଆଯାଇଛି।
  3. ଏହି ଘଟଣାର ସାଇବର ତଦନ୍ତ ଓ FIR ପାଇଁ ପଞ୍ଚାୟତିରାଜ ବିଭାଗ ଗୃହ ବିଭାଗକୁ ଅବଗତ କରିଛି।

ପଦୋନ୍ନତି ଆଦେଶ ନାଁରେ ନକଲି ଡକ୍ୟୁମେଣ୍ଟ ତିଆରି କରି ସୋସିଆଲ ମିଡିଆରେ ପ୍ରସାର କରିଥିବା ଅଭିଯୋଗ ହୋଇଛି।

ନକଲିପଦୋନ୍ନତିଆଦେଶ #FIR_ନିର୍ଦ୍ଦେଶ #ପଞ୍ଚାୟତିରାଜ_ବିଭାଗ

Leave a Comment

Your email address will not be published. Required fields are marked *

Scroll to Top