ନବସେତୁ ନ୍ୟୁଜ୍ : 19.07.2026
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ସଂସ୍ଥା NTA ରବିବାର NEET (UG) 2026 ର ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ପରୀକ୍ଷାରେ ପ୍ରାୟ 20 ଲକ୍ଷ ଛାତ୍ରଛାତ୍ରୀ ବସିଥିବା ବେଳେ 11.21 ଲକ୍ଷ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପରୀକ୍ଷାର ମୁଖ୍ୟ ତଥ୍ୟ:
- ପରୀକ୍ଷା ତାରିଖ: 21 ଜୁନ୍ 2026
- ଉପସ୍ଥିତ ପ୍ରାର୍ଥୀ: ପ୍ରାୟ 20 ଲକ୍ଷ
- ଉତ୍ତୀର୍ଣ୍ଣ ପ୍ରାର୍ଥୀ: 11.21 ଲକ୍ଷ
- ପରୀକ୍ଷା କେନ୍ଦ୍ର: ଭାରତର 551 ସହରରେ 5,440 କେନ୍ଦ୍ର + ବିଦେଶର 14 ସହର
- ଭାଷା: 13 ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ
- ମହିଳା ସଫଳତା: ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରୁ 58%ରୁ ଅଧିକ ମହିଳା
- ଟପ୍ପର: ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଟପ୍ପର
NTA ପକ୍ଷରୁ କୁହାଯାଇଛି ଯେ ମେଡିକାଲ ଆଡମିଶନ ଓ କାଉନସେଲିଂ ସମୟ ସୂଚୀ ଠିକ୍ ରଖିବା ପାଇଁ ଫଳାଫଳ ସମୟରେ ଘୋଷଣା କରାଯାଇଛି। ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ MBBS, BDS, AYUSH ଓ ଅନ୍ୟାନ୍ୟ ସ୍ନାତକ ମେଡିକାଲ କୋର୍ସରେ ଆଡମିଶନ ପାଇଁ ଆବେଦନ କରିପାରିବେ।
ଫଳାଫଳ କେଉଁଠି ଦେଖିବେ:
- ସମସ୍ତ ପ୍ରାର୍ଥୀଙ୍କ ସ୍କୋରକାର୍ଡ:
neet.nta.nic.in - NTA ଓ୍ଵେବସାଇଟ୍ରେ ଟପ୍ ରାଙ୍କର, ରାଜ୍ୟ ଟପ୍ପର, ବର୍ଗ ଅନୁଯାୟୀ ଟପ୍ପର
SC, ST, OBC-NCL, Gen-EWS, PwBD ଓ PwD, କଟ୍ ଅଫ୍ ମାର୍କ ଓ ଭାଷା ଅନୁଯାୟୀ ତାଲିକା ମଧ୍ୟ ପ୍ରକାଶ ପାଇଛି।
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ମହିଳା ପ୍ରାର୍ଥୀଙ୍କ ସଫଳତା ହାର ସର୍ବାଧିକ ରହିଛି।
Thank you sir