ନବସେତୁ ନ୍ୟୁଜ୍
ବଲାଙ୍ଗିର | ତାରିଖ: ୦୧ ଅଗଷ୍ଟ ୨୦୨୬
ବଲାଙ୍ଗିର: ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ଓ ତ୍ୱରିତ ସମାଧାନ ପାଇଁ ଆସନ୍ତା ୦୩/୦୮/୨୦୨୬ ରିଖ ସୋମବାର ଦିନ ସମଗ୍ର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶିବିର ଉଦ୍ଦେଶ୍ୟ
ଏହି ଶିବିରରେ ବିଭିନ୍ନ ସରକାରୀ ଯୋଜନା, ରାଜସ୍ୱ, କୃଷି, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ଅନ୍ୟାନ୍ୟ ବିଭାଗ ସହ ଜଡିତ ଅଭିଯୋଗ ଗୁଡିକ ସିଧାସଳଖ ଶୁଣାଯାଇ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ।
କେଉଁମାନେ ଅଂଶଗ୍ରହଣ କରିପାରିବେ
ଜିଲ୍ଲାର ସମସ୍ତ ସାଧାରଣ ନାଗରିକ ନିଜ ନିଜ ଅଞ୍ଚଳର ନିର୍ଦ୍ଦିଷ୍ଟ ଶିବିର ସ୍ଥଳରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିପାରିବେ।
ଦ୍ରଷ୍ଟବ୍ୟ
ଅଭିଯୋଗ ସହିତ ସମ୍ବନ୍ଧିତ ପ୍ରମାଣପତ୍ର ଏବଂ ପରିଚୟ ପତ୍ରର ଫଟୋକପି ଆଣିବାକୁ ଅନୁରୋଧ କରାଯାଇଛି।
@dept_ga
ନବସେତୁ ନ୍ୟୁଜ୍ – ଜନତାଙ୍କ ସେବାରେ