ନବସେତୁ ନ୍ୟୁଜ ପୁଇଁନ୍ତଲା ବ୍ଳକ
ବଲାଙ୍ଗିର, 03.08.2026: ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମହିମୁଣ୍ଡାରେ ଦଶମ ଶ୍ରେଣୀ ପାଇଁ ଗଣିତ ଶିକ୍ଷକ ନଥିବା ଅଭିଯୋଗ କରି ଆଜି ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ମଞ୍ଚର ସଦସ୍ୟ ସରୋଜ କୁମାର ମେଶ୍ୱା କହିଛନ୍ତି ଯେ, CBSE ବୋର୍ଡ ପରୀକ୍ଷା ପାଖେଇ ଆସୁଥିବା ବେଳେ ଶିକ୍ଷକ ଅଭାବ ଯୋଗୁଁ ଦଶମ ଶ୍ରେଣୀ PCM ଛାତ୍ରଛାତ୍ରୀମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି। ଏହା ସେମାନଙ୍କ ଫଳାଫଳ ଓ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଗରିବ ଓ OBC ପରିବାରରୁ ଆସିଥିବାରୁ ସେମାନେ ଗୁଣାତ୍ମକ ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ରୂପେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ। ତେଣୁ ତୁରନ୍ତ ଜଣେ ନିୟମିତ କିମ୍ବା ଚୁକ୍ତିଭିତ୍ତିକ ଗଣିତ ଶିକ୍ଷକ ନିଯୁକ୍ତି କରିବାକୁ ମଞ୍ଚ ଦାବି କରିଛି।
ଏହି ଦାବିପତ୍ର ପ୍ରଦାନ ସମୟରେ ମୁରଲୀ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।