ବଲାଙ୍ଗିର, ୦୫.୦୮.୨୦୨୬:
“ସମାନ ସୁଯୋଗ | ସମାନ ସୁବିଧା | ସମାନ ସମ୍ମାନ” ସ୍ଲୋଗାନକୁ ଆଧାର କରି ଓବିସି ମଞ୍ଚ ଓଡ଼ିଶା ପକ୍ଷରୁ ଆଜି ପାଟଣାଗଡ଼ ସହର ଗୋକୁଳ ରେଷ୍ଟୁରାଣ୍ଟ ସମ୍ମିଳନୀ କକ୍ଷରେ ଏକ ବିଶାଳ ସାମ୍ବାଦିକ ସମ୍ମିଳନୀ ଓ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରାଯାଇଛି।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓବିସି ମାନଙ୍କର ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା। ସଂଗଠନ ପକ୍ଷରୁ କୁହାଗଲା ଯେ ଓଡ଼ିଶାରେ OBC ଜନସଂଖ୍ୟା ୫୪% ରହିଥିଲେ ମଧ୍ୟ ଆରକ୍ଷଣ ମାତ୍ର ୧୧.୨୫% ରେ ସୀମିତ ରହିଛି, ଯାହା ସମ୍ବିଧାନ ଓ ସାମାଜିକ ନ୍ୟାୟର ସମ୍ପୂର୍ଣ୍ଣ ଉଲ୍ଲଂଘନ।
ଉପସ୍ଥିତ ଥିଲେ ପ୍ରମୁଖ ନେତୃବୃନ୍ଦ
ଏହି ସମ୍ମିଳନୀରେ ଓବିସି ମଞ୍ଚର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ:
- ଶାନ୍ତନୁ କୁମାର ବୁଧିଆ – ଆବାହକ, ଓବିସି ମଞ୍ଚ ପାଟଣାଗଡ଼, ବଲାଙ୍ଗିର
- କପିଳେନ୍ଦ୍ର ଯାଦବ – ସଭାପତି, ଓବିସି ମଞ୍ଚ ପାଟଣାଗଡ଼, ବଲାଙ୍ଗିର
- ପ୍ରଦେଶୀ ବିଶ୍ୱାଲ – ସମ୍ପାଦକ, ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର
- ବ୍ରଜ ଭୂଷଣ ସାଏ – ଉପ ସଭାପତି, ଓବିସି ମଞ୍ଚ ବଲାଙ୍ଗିର
- ବିମଳ କୁମାର ବାଗ, କ୍ଷିରୋଦ୍ର କୁମାର ସାହୁ, ସନ୍ତୋଷ ପ୍ରଧାନ, ଅଭିଳାଷ ଭୋଇ, ସୁମନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଜଗବନ୍ଧୁ ବୌଦ୍ଧ, ସରୋଜ କୁମାର ମେଶ୍ୱା, ରମେଶ ଜୈନ, ଆନନ୍ଦ ସାହୁ, କାମାକ୍ଷା ପ୍ରସାଦ ସାହୁ, ବାଲଗୋପାଲ ଥନାପତି, ଜନସନ ନାଗ ପ୍ରମୁଖ।
ପ୍ରମୁଖ ବକ୍ତବ୍ୟ ଓ ଦାବି
ସମ୍ମିଳନୀରେ ପ୍ରଦେଶୀ ବିଶ୍ୱାଲ, ବ୍ରଜ ଭୂଷଣ ସାଏ, ଶାନ୍ତନୁ କୁମାର ବୁଧିଆ ଓ କପିଳେନ୍ଦ୍ର ଯାଦବ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଥିଲେ ।
ସେମାନେ ଆହୁରି ମଧ୍ୟ ଦାବି କଲେ ଯେ:
- ଓବିସି ଆରକ୍ଷଣକୁ ଜନସଂଖ୍ୟା ଅନୁପାତରେ ୫୪% କୁ ବୃଦ୍ଧି କରାଯାଉ।
- EWS ଆରକ୍ଷଣ ଜାତି ନିର୍ବିଶେଷରେ ସମସ୍ତ ଗରିବଙ୍କ ପାଇଁ ଲାଗୁ କରାଯାଉ।
ନେତୃବୃନ୍ଦ ଚେତାବନୀ ଦେଇ କହିଲେ ଯେ ଯଦି ସରକାର ତୁରନ୍ତ ଏହି ଦାବି ଗୁଡିକ ପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ଓବିସି ମଞ୍ଚ ପକ୍ଷରୁ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଗଣଆନ୍ଦୋଳନ କରାଯିବ।
ସମ୍ମିଳନୀ ଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଓବିସି ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।