NABASETULIVE

ଆଜି ଜେ ଏସ୍ ଏମ୍ କଲେଜ ପରିସର ରେ ଭାରତର ୮୦ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି

ଜେଏସ୍ଏମ୍ କଲେଜରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର: ଜେଏସ୍ଏମ୍ କଲେଜ ପରିସରରେ ଆଜି ଭାରତର ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାବିତ୍ ନୀଳମାଧବ ପରିଚ୍ଛା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ତ୍ୟାଗ ସମ୍ପର୍କରେ ଅଧ୍ୟୟନ କରି ଦେଶପ୍ରେମର ଭାବନାକୁ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୁଇଁତଲା ଥାନାଧିକାରୀ ସଞ୍ଜୟ କୁମାର ରାଉତ ଯୋଗଦେଇ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

କଲେଜ ଚେୟାରମ୍ୟାନ୍ ସିଏ ଶ୍ରୀକାନ୍ତ ଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ, ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର, ଏବି ରାମ, ଲିପ୍ସା, ଛାତ୍ର ସରୋଜ ପ୍ରଧାନ, ସୁମିତ୍ରା ଭଞ୍ଜ ଓ ମୋହନ ଅଗ୍ରୱାଲ ପ୍ରମୁଖ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ତର୍କ ପ୍ରତିଯୋଗିତାରେ ରୋଜାଲିନ୍ ବେହେରା ଓ ରେଣୁକା ସାହୁ, ସଙ୍ଗୀତରେ ଆଶିକା ପଟେଲ, ନୃତ୍ୟରେ ଶ୍ରଦ୍ଧା ଅଗ୍ରୱାଲ ଏବଂ ଚିତ୍ରାଙ୍କନରେ ସତ୍ୟମ ଅଗ୍ରୱାଲ ପୁରସ୍କୃତ ହୋଇଥିଲେ।

ଜିଲ୍ଲାସ୍ତରୀୟ ସିଭିଲିଆନ୍ ପରେଡ୍‌ରେ କଲେଜ ପୁରସ୍କୃତ ହୋଇଥିବାରୁ ଅଧ୍ୟାପକ ସୌମ୍ୟରଞ୍ଜନ ଭୋଇ ଓ ଗ୍ରୁପ୍ କ୍ୟାପ୍ଟେନ୍ ବାସୁଦେବ ବ୍ୟାମକେଶ ମିଶ୍ରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ସେବା କରୁଥିବା ଅଜିତ ସେଠ, କିଶୋର ମେର୍ଲ୍ଲି ଓ ଜୟପ୍ରକାଶ ବସ୍ତିଆଙ୍କୁ ସମ୍ମାନିତ କରାଯାଇଥିଲା।

ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶୈଳେସ କୁମାର ପାଲ, ରବିନାରାୟଣ ସାହୁ, ତନୁଜା ମିଶ୍ର, ଶେଷାଦ୍ରି ସ୍ୱାଇଁ, ଶିଶିର କୁମାର ଦାସ, ରତିକାନ୍ତ ଦଳାଇଙ୍କ ସମେତ କଲେଜର ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top