ନବସେତୁ ନ୍ୟୁଜ୍ବ ବଲାଙ୍ଗୀର:
ସମ୍ବିଧାନ ପ୍ରଣେତା, ଭାରତର ଭାଗ୍ୟ ବିଧାତା ତଥା ବହୁଜନ ସମାଜର ମୁକ୍ତିଦାତା ପରମ ପୂଜ୍ୟ ଡଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବହୁଜନ ସମାଜ ପାର୍ଟି, ବଲାଙ୍ଗୀର ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବହୁଜନ ସମାଜ ପାର୍ଟି ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରେମାନନ୍ଦ କୁମ୍ଭାରଙ୍କ ନେତୃତ୍ୱରେ ଦଳର କର୍ମୀମାନେ ଏକତ୍ରିତ ହୋଇ ବାବାସାହେବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରେ ବକ୍ତାମାନେ ସମ୍ବିଧାନର ମହତ୍ତ୍ଵ ଏବଂ ସାମାଜିକ ସମାନତା, ସାମାଜିକ ନ୍ୟାୟ ପାଇଁ ବାବାସାହେବଙ୍କ ତ୍ୟାଗ ଓ ଆଦର୍ଶ ଉପରେ ଆଲୋଚନା କରିଥିଲେ। ସେମାନେ ବହୁଜନ ସମାଜର ଉନ୍ନତି ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବହୁଜନ ସମାଜ ପାର୍ଟିର ଅନେକ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ନବସେତୁ ବ୍ୟୁରୋ, ବଲାଙ୍ଗୀର