NABASETULIVE

ଦେଶର 80ତମ ସ୍ଵାଧୀନତା ଦିବସ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ, ବଲାଙ୍ଗୀର ଶାଖା ତରଫରୁ ବେଶ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି।

ନବସେତୁ ନ୍ୟୁଜ୍ବଲାଙ୍ଗୀର:

ଆଜି ବଲାଙ୍ଗୀର ସ୍ଥିତ ଜିଲ୍ଲା ଯାଦବ ଭବନ ନିକଟସ୍ଥ ଫୁଲେ ପ୍ରତିମୂର୍ତ୍ତୀ ସମ୍ମୁଖରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ସଂଗଠନର ସଭାନେତ୍ରୀ ଶ୍ରୀମତୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ବିଶିଷ୍ଟ ସମାଜସେବୀ ଶ୍ରୀ ସତ୍ୟାନନ୍ଦ ସୁନା ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିବାସୀ ନେତା ଶ୍ରୀ ସତ୍ୟନାରାୟଣ ଭୋଇ, ବରିଷ୍ଠ ନେତା ଶ୍ରୀ ସିତାରାମ କୁମ୍ଭାର, ଓବିସି ମଞ୍ଚ ସଦସ୍ୟ ଶ୍ରୀ ସରୋଜ କୁମାର ମେଶ୍ୱାକିଶୋରୀ ସାଗର, ସୀମା ଗଡତିଆ, ଦୀପା ମୁଗ୍ରୀ, ମିନା ସୁନା,ପ୍ରମିଳା ବଗର୍ତି, ପଙ୍କଜିନୀ ରୋହିଦାସ, ପ୍ରେମସିଲା ସାହୁ, ରଶ୍ମି ପାତ୍ର, ଦଳିତ ନେତା ଶ୍ରୀ ଜ୍ୟୋତିଷ ମୁଗ୍ରି ଏବଂ ସମାଜସେବୀ ଶ୍ରୀମତୀ ମିନା ଚମ୍ପୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ବକ୍ତାମାନେ ସ୍ଵାଧୀନତାର ଅର୍ଥ, ନାରୀ ସଶକ୍ତୀକରଣ ଏବଂ ସମାଜର ସମସ୍ତ ବର୍ଗର ସମାନ ଅଧିକାର ଉପରେ ଗୁରୁତ୍ୱ ଦେଇଥିଲେ। ସେମାନେ କହିଥିଲେ ଯେ ସ୍ଵାଧୀନତାର ପ୍ରକୃତ ଅର୍ଥ ତେବେ ହିଁ ସାର୍ଥକ ହେବ ଯେତେବେଳେ ସମାଜର ଶେଷ ମହିଳା ଜଣକ ମଧ୍ୟ ସମ୍ମାନ ଓ ସୁରକ୍ଷା ସହ ଜୀବନ ଯାପନ କରିପାରିବ।

ସଭା ଶେଷରେ ସଭାନେତ୍ରୀ ସବିତା ନନ୍ଦ ସମସ୍ତ ଅତିଥି ଓ ସଦସ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର ଶତାଧିକ ମହିଳା ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଶଭକ୍ତି ନାରା ଦେଇଥିଲେ।

ନବସେତୁ ନ୍ଯୁଜ, ବଲାଙ୍ଗୀର 🇮🇳

Leave a Comment

Your email address will not be published. Required fields are marked *

Scroll to Top