NABASETULIVE

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ଓଡ଼ିଶା

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ଓଡ଼ିଶା
Affiliated by BMM Reg.- s-256
କାର୍ଯ୍ୟାଳୟ: EB-268, ବଡ଼ଗଡ଼, ବ୍ରିଟ୍ କଲୋନୀ, ଭୁବନେଶ୍ୱର-18, Mob: 81170 25177

ବିଷୟ: ଷଷ୍ଠ ରାଜ୍ୟ ଅଧିବେଶନ ନିମନ୍ତ୍ରଣ ପତ୍ର

ମହାଶୟ/ମହାଶୟା,
ସାଦର ନମସ୍କାର,

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ଓଡ଼ିଶା ଦ୍ୱାରା ଆୟୋଜିତ ଷଷ୍ଠ ରାଜ୍ୟ ଅଧିବେଶନ ଆସନ୍ତା ୧୧/୧୦/୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଅଧିବେଶନରେ ପଛୁଆବର୍ଗଙ୍କ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ, ସଂରକ୍ଷଣ ସୁନିଶ୍ଚିତକରଣ ତଥା ଭାବୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ।

ଆପଣଙ୍କୁ ଏହି ଷଷ୍ଠ ରାଜ୍ୟ ଅଧିବେଶନରେ ସାଦରେ ନିମନ୍ତ୍ରଣ କରାଯାଉଛି। ଆପଣ ନିଶ୍ଚିତ ଭାବେ ଉପସ୍ଥିତ ରହି ଆପଣଙ୍କର ମୂଲ୍ୟବାନ ମତାମତ ଓ ସହଯୋଗ ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିବେଦନ।

ସ୍ଥାନ: ଲୋହିଆ ଏକାଡେମୀ, ଭୁବନେଶ୍ୱର
ତାରିଖ: ୧୧/୧୦/୨୦୨୬ (ରବିବାର)
ସମୟ: ସକାଳ ୧୦:୦୦ ଘଟିକାରୁ ଅପରାହ୍ନ ୫:୦୦ ଘଟିକା ପର୍ଯ୍ୟନ୍ତ

ଅତଏବ ଆପଣ ଠିକ୍ ନିଜ ନିଜ ସମୟରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଉଛି। ଆପଣଙ୍କର ଉପସ୍ଥିତି ଆମ ପାଇଁ ପ୍ରେରଣାର ଚିହ୍ନ ହେବ।

ଧନ୍ୟବାଦ ସହ,

ଇଂ. ପ୍ରଶାନ୍ତ କୁମାର ପ୍ରଧାନ
ରାଜ୍ୟ ଅଧ୍ୟକ୍ଷ
ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା, ଓଡ଼ିଶା

Leave a Comment

Your email address will not be published. Required fields are marked *

Scroll to Top