ଆମର ସଂକଳ୍ପ ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ନିମନ୍ତେ, ରାଜ୍ୟର ଏକ ଅଗ୍ରଣୀ ସଂଗଠନ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ଆସନ୍ତା ତା ୧୭/୧୦/୨୦୨୬ ରିଖ ଶନିବାର ସକାଳ ଘ ୧୦,୦୦ ମିନିଟ ସମୟରେ ବାଲେଶ୍ଵର ଫାଣ୍ଡି ଛକ ନିକଟସ୍ଥ ମଟର ୟୁନିୟନ୍ ସମ୍ମିଳନୀ କକ୍ଷରେ ରାଜ୍ୟ କାର୍ଯ୍ୟକାରିଣୀ ବରିଷ୍ଟ ସଦସ୍ୟ ବିଶିଷ୍ଟ ସମାଜ ସେବୀ ମନମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା "ମୋନା" ମୁଖ୍ୟ ଶାଖା ଭୁବନେଶ୍ୱର ରୁ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଅରୁଣ ସ୍ବାଇଁ ଏବଂ ଶ୍ରୀ ଗିରିଜା ଶଙ୍କର ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଲେଶ୍ଵରର ଜିଲ୍ଲାସ୍ତରୀୟ କମିଟି ଗଠନକୁ ମାର୍ଗ ଦର୍ଶନ ଦେଇଥିଲେ । ଆୟୋଜିତ ବୈଠକରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ, ମ୍ୟୁନିସିପାଲଟି ର ସମାଜ ସେବୀ, ଶିକ୍ଷାବିଦ୍ , ବୁଦ୍ଧିଜୀବୀ, ବିଭିନ୍ନ ସାଂଗଠନିକ ବ୍ୟକ୍ତି ବିଶେଷ ସଦସ୍ୟ ଗଣ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ଵ କରି ବାଲେଶ୍ଵର ରେ ନିଶା ନିବାରଣ ଅଭିଯାନ କୁ ବ୍ୟାପକ ଓ ସକ୍ରିୟ କରିବା ନିମନ୍ତେ ଆବଶ୍ୟକ ଜିଲ୍ଲା ସ୍ତରୀୟ କମିଟି ଗଠନକୁ ରୂପାୟନ କରିଥିଲେ । ଉକ୍ତ ବୈଠକରେ ଉପସ୍ଥିତ ସଦସ୍ୟ ମାନଙ୍କର ସର୍ବସମ୍ମତି କ୍ରମେ ନିମ୍ନ ଲିଖିତ କର୍ମକର୍ତ୍ତା ଚୟନ କରିଥିଲେ । ଯଥା ସଭାପତି ଶ୍ରୀ ଅଶୋକ କୁମାର ଜେନା, ଉପସଭାପତି ଶ୍ରୀ ଅରୁଣ କୁମାର ରାଉତ , କାର୍ଯ୍ୟକାରୀ ସଭାପତି ଶ୍ରୀ ଅମରେନ୍ଦ୍ର ନାୟକ, ସମ୍ପାଦିକା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ସହ ସମ୍ପାଦିକା ଶ୍ରୀମତୀ ସବିତା ବେହେରା, କୋଷାଧ୍ୟକ୍ଷ ଶ୍ରୀ ସାଧୁ ଚରଣ ମଲ୍ଲିକ । ସେହିପରି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପିତାମ୍ବର ଭୂୟାଁ , ଶ୍ରୀ ଗୋବିନ୍ଦ ଭଗବାନ, ଶ୍ରୀ ନିରୋଜ ବେହେରା, ଶ୍ରୀ ପ୍ରଦୀପ କୁମାର ସିଂ,ଶ୍ରୀ ରାଜ କିଶୋର ଲେଙ୍କା,ଶ୍ରୀ ଚନ୍ଦ୍ରାଂଶୁ ବାନାର୍ଜୀ, ଶ୍ରୀ ସନାତନ ମହାନ୍ତି, ଶ୍ରୀ ବିଜୟ କୁମାର ପାତ୍ର, ଶ୍ରୀମତୀ ଶାନ୍ତି ଲତା ଦାସ, ଶ୍ରୀ ନିମାଇଁ ଚରଣ ଘୋଷ, ଙ୍କୁ କମିଟିର ପଦାଧିକାରୀଙ୍କୁ ଚୟନ କରାଯାଇଥିଲା । ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ବାଲେଶ୍ଵର ଜିଲ୍ଲା ଶାଖାର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଉପସ୍ଥିତ ମୋନା ପରିବାର ସ୍ବାଗତ କରିଥିଲେ । ମହାତ୍ମା ଗାନ୍ଧିଜୀଙ୍କ ନିଶାମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବା ଏବଂ ଗାନ୍ଧିଜୀଙ୍କ ନୀତି ଆଦର୍ଶ ଚିନ୍ତାଧାରାରେ ଅନୁପ୍ରାଣିତ ଶତାୟୁ ପୁରୁଷ ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକଙ୍କ ନିଶା ମୁକ୍ତ ଓଡ଼ିଶା ଅଭିଯାନର ସଂଗ୍ରାମକୁ ସଫଳ କରିବାକୁ ବାଲେଶ୍ଵର ଜିଲ୍ଲାରେ ସଂଗ୍ରାମକୁ ବ୍ୟାପକ ଓ ଅବ୍ୟାହତ ରଖିବାକୁ ନୂତନ କମିଟିର କର୍ମକର୍ତ୍ତା ମାନେ ସଂକଳ୍ପ ନେଇଥିଲେ ।