NABASETULIVE

ଲୋଇସିଙ୍ଗାରେ ଓବିସି ମଞ୍ଚର ବୈଠକ, ମଣ୍ଡଳ କମିଶନ କାର୍ଯ୍ୟାନ୍ବୟନ ଦାବି

ନବସେତୁ ନ୍ଯୁଜ,ବଲାଙ୍ଗିର* ଲୋଇସିଂହାତା: 19.07.2026, ରବିବାର

ବଲାଙ୍ଗିର: ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ପକ୍ଷରୁ ରବିବାର ଲୋଇସିଙ୍ଗା ବ୍ଲକ ନିକଟ Nice Computer Education Center ଠାରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋଇସିଙ୍ଗା, ଆଗଲପୁର ଓ ପୁଇନ୍ତଲା ବ୍ଲକର ଶତାଧିକ ଓବିସି କର୍ମୀ ଏଥିରେ ଯୋଗ ଦେଇଥିଲେ।

ବୈଠକରେ ମଣ୍ଡଳ କମିଶନର ବାକି ଥିବା ସୁପାରିଶ, ଓବିସିଙ୍କ ସାମ୍ବିଧାନିକ ହକ୍ ଓ ଆସନ୍ତା ନିର୍ବାଚନରେ ଓବିସିଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା।

ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ଵା କହିଲେ, “52% ଜନସଂଖ୍ୟା ଥିବା OBC କୁ ଦେଶରେ ମାତ୍ର 27% ସଂରକ୍ଷଣ ମିଳୁଛି। ଓଡ଼ିଶାରେ ରାଜ୍ୟ ଚାକିରି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଶୂନ। ଏହା ସମ୍ବିଧାନ ବିରୋଧୀ।”

ବୈଠକର 4 ଦଫା ଦାବି:

  1. ତୁରନ୍ତ ଜାତିଗତ ଜନଗଣନା କରାଯାଉ।
  2. ଓଡ଼ିଶାରେ OBC ପାଇଁ 27% ରାଜ୍ୟ ଚାକିରି ଓ ସ୍ଥାନୀୟ ନିର୍ବାଚନରେ ସଂରକ୍ଷଣ ଲାଗୁ ହେଉ।
  3. ପଦୋନ୍ନତି, ଶିକ୍ଷା ଓ ବେସରକାରୀ କ୍ଷେତ୍ରରେ 27% ସଂରକ୍ଷଣ ସମେତ ମଣ୍ଡଳ କମିଶନର ସମସ୍ତ ସୁପାରିଶ କାର୍ଯ୍ୟାନ୍ବୟନ ହେଉ।
  4. ରାଜ୍ୟରେ SEBC କୋଟା 11.25% ରୁ 27% କୁ ବୃଦ୍ଧି କରାଯାଉ।

ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ବାଳ ଓବିସି ସମାଜକୁ ସଙ୍ଗଠିତ ହୋଇ ଆନ୍ଦୋଳନ ତୀବ୍ର କରିବାକୁ ଆହ୍ବାନ କରିଥିଲେ। ବୈଠକରେକୃପାସିନ୍ଧୁ ଖମାରୀ, ପଞ୍ଚୁ ସା, ଗୋପାଳ ସାହୁ, ପୁର୍ଣ୍ଣଚନ୍ଦ୍ର ସାହୁ, ହୃଷିକେଶ ଭୋଇ, ଆନନ୍ଦ ପଧାନ, ସଦାଶିବ ସା, ଆନନ୍ଦ ଚନ୍ଦ୍ର ସାହୁ, ବନମାଳୀ ଖମାରୀ,ସୁମନ୍ତ ମେହେର, ଆନନ୍ଦ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ପାତ୍ର, ଦିବ୍ୟ ଅନ୍ଵେଷ ଭୋଇ,ରାଜୁ ମାହାର, ନବିନ ଚନ୍ଦନ, ବୁଦ୍ଧଦେବ ଡାଙ୍ଗ, ସୁରେନ୍ଦ୍ର ମହାକୁର, ସିତାରାମ ପ୍ରଧାନ, ଅନନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ,ମନୋଜ ପ୍ରଧାନ, ମନମୋହନ ପଟେଲ, ଟଙ୍କଧର ଦାସ, ମଧୁସୂଦନ ଖେତି, ଯୁଧିଷ୍ଠିର ପ୍ରଧାନ,ଦିଲିପ କୁମାର ବାରିକ, ନିରଞ୍ଜନ କର୍ମୀ, ରବି ଚନ୍ଦ୍ର ବସ୍ତିଆ,ସୁଧିର କୁମାର ଡାଙ୍ଗ ତଥା ଜିଲ୍ଲାର ଅନେକ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top