NABASETULIVE

ବାଂଲାଦେଶୀ ଆତଙ୍କବାଦୀଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜସିଟ୍

ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ଜମାତୁଲ ମୁଜାହିଦିନ ବାଂଲାଦେଶ (ଜେଏମ୍‌ବି) ସହ ଜଡ଼ିତ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୧ ଜଣ ବାଂଲାଦେଶୀ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଜେଏମ୍‌ବିର ଏକ ଶାଖା ‘ଜମାତୁଲ ମଜମୁଆ ବାସିଲା (ଆଇଏମ୍‌ବି)’ର ଗଠନରେ ଅଭିଯୁକ୍ତମାନଙ୍କ ସକ୍ରିୟ ସମ୍ପୃକ୍ତି ରହିଛି। ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଆତଙ୍କବାଦୀ ସଂଗଠନର ଜିହାଦୀ ବିଚାରଧାରାକୁ ବିସ୍ତାର କରିବା, ଯୁବକମାନଙ୍କୁ ଭର୍ତି କରିବା ଏବଂ ଭାରତରେ ଜେଏମ୍‌ବି ନେଟୱର୍କର ବିସ୍ତାର ଏହି ଷଡ଼ଯନ୍ତ୍ରରେ ଅନ୍ତର୍ଭୁକ୍ତ ଥିଲା।

ଏନ୍‌ଆଇଏ ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ ଜେଏମ୍‌ବି ନେତାମାନେ ନିଜ ସଂଗଠନର ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏମ୍‌ବି ପ୍ରତିଷ୍ଠା କରିଥିଲେ। ଅଭିଯୁକ୍ତମାନେ ଜିହାଦୀ ପ୍ରଚାର ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର କରିଥିଲେ ଏବଂ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଦୁଇ ପ୍ରମୁଖ ନେତାଙ୍କ ସମେତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇଏସଆଇଏସ ଇଣ୍ଡିଆ ମଡ୍ୟୁଲ ମାମଲା ପାଇଁ ବ୍ୟବହୃତ ହୋଇଥିବା ଉପକରଣ ଓ ଡିଜିଟାଲ ପ୍ରମାଣ ମଧ୍ୟ ଜବତ କରାଯାଇଛି।

ରିପୋର୍ଟ: ନବସେତୁ ସମ୍ବାଦଦାତା

Leave a Comment

Your email address will not be published. Required fields are marked *

Scroll to Top