୧. ଭେନେଜୁଏଲାରେ ହିଂସା: ୫୨ ହଜାର ନିଖୋଜ, ମୃତ୍ୟୁସଂଖ୍ୟା ହଜାରେ ଟପିଲା
ଭେନେଜୁଏଲାରେ ବ୍ୟାପକ ହିଂସା ଓ ଅଶାନ୍ତି ଯୋଗୁଁ ୫୨ ହଜାରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି। ମୃତ୍ୟୁସଂଖ୍ୟା ହଜାରେ ଅତିକ୍ରମ କରିଛି।
୨. ସେଶେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସ ଗସ୍ତରେ ପହଞ୍ଚିଛନ୍ତି। ଭିକ୍ଟୋରିଆ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ସେ ୧୯୪ ବର୍ଷ ପୁରୁଣା କଇଁଛକୁ ଦେଖିଥିଲେ।
୩. ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ, ଜମ୍ମୁ-କାଶ୍ମୀରରେ ଝଟ୍କା
ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ। ଦିଲ୍ଲୀ, ଜମ୍ମୁ-କାଶ୍ମୀରରେ ମଧ୍ୟ ଝଟ୍କା ଅନୁଭୂତ ହୋଇଛି।
୪. ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ
ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବାରୁ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ। ୧,୦୨୮ଟି କେନ୍ଦ୍ରରେ ୪.୨୮ ଲକ୍ଷ ଆଶାୟୀ ପରୀକ୍ଷା ଦେଇଥାନ୍ତେ। ଘଟଣାରେ ୨୪୩ ଜଣଙ୍କୁ ଅଟକ ରଖାଯାଇଛି।
୫. ଗାଜା ପ୍ରସଙ୍ଗ: ସୋନିଆ ଗାନ୍ଧୀଙ୍କୁ ବିଜେପିର ଜବାବ
ଗାଜା ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍ କରିଥିବା ସୋନିଆ ଗାନ୍ଧୀଙ୍କୁ ବିଜେପି କହିଛି—“କଂଗ୍ରେସ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛି”। ବିଜେପି ପ୍ରଶ୍ନ କରିଛି, “ଢାକାରେ ହିନ୍ଦୁ ବିରୋଧୀ ହିଂସା ନେଇ ସୋନିଆ ଚୁପ୍ କାହିଁକି?”
୬. ପାକିସ୍ତାନରେ ବିବାଦ: ଆତଙ୍କୀଙ୍କ ଶେଷକୃତ୍ୟରେ ମାଷ୍ଟରମାଇଣ୍ଡ
ସୋଏବ୍ ଅଖତରଙ୍କ ଭାଇଙ୍କ ଶେଷକୃତ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଯୋଗଦେବାରୁ ପାକିସ୍ତାନର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି।
୭. କେନ୍ଦ୍ରମନ୍ତ୍ରୀଙ୍କ ନାମରେ ସବ୍ସିଡି ବିବାଦ
ଜଣେ କେନ୍ଦ୍ରମନ୍ତ୍ରୀ ନିଜ ମନ୍ତ୍ରାଳୟରୁ ୯୯ ଲକ୍ଷ ଟଙ୍କାର ସବ୍ସିଡି ନେଇଥିବା ଅଭିଯୋଗ। ବିବାଦ ହେବାରୁ ସେ କହିଛନ୍ତି, “ମୁଁ ଜଣେ କୃଷକ”।
୮. ୫୯ ବର୍ଷର ପୁରୁଣା ଜମି ବିବାଦର ଅନ୍ତ
ସୁପ୍ରିମକୋର୍ଟରେ ୧୯୫୭ ମସିହାର ବିକ୍ରି ଦଲିଲକୁ ସ୍ୱୀକୃତି ମିଳିବା ପରେ ୫୯ ବର୍ଷ ପୁରୁଣା ଜମି ବିବାଦର ଅନ୍ତ ହୋଇଛି। ଚାରି ପିଢି ଧରି ଚାଲିଥିଲା ଆଇନଗତ ଲଢ଼େଇ। କୋର୍ଟ କହିଛନ୍ତି—_“ବୈଷୟିକ ତ୍ରୁଟି ପାଇଁ ପ୍ରକୃତ ଅଧିକାରରୁ ବଞ୍ଚିତ କରାଯିବ ନାହି।
Thank you NABASETU