NABASETULIVE

ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ଜୁଲାଇ ୪ ଯାଏଁ ବୃଦ୍ଧି: CHSE

ନବସେତୁ ନ୍ୟୁଜ | ବଲାଙ୍ଗୀର
ଜୁନ୍ ୨୯, ୨୦୨୬

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ୨ ପରୀକ୍ଷା ଖାତାର ପୁନଃ-ଯାଞ୍ଚ ଓ ମାର୍କ ପୁନଃ-ଯୋଗ ପାଇଁ ଆବେଦନ ଅବଧିକୁ ଜୁଲାଇ ୪, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ଜୁନ୍ ୧୯ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଥିବା ଆବେଦନ ସମୟସୀମାକୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଜୁଲାଇ ୪ ଯାଏଁ ବଢ଼ାଯାଇଛି।

ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:

  1. ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ଉତ୍ତର ଖାତାର ସ୍କାନ କପି ବାଧ୍ୟତାମୂଳକ ଭାବେ ଡାଉନଲୋଡ୍ କରିବେ।
  2. ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ଅଧ୍ୟକ୍ଷମାନଙ୍କୁ ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି।

CHSE ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ: ନବସେତୁ ନ୍ୟୁଜ

Leave a Comment

Your email address will not be published. Required fields are marked *

Scroll to Top