ନବସେତୁ ନ୍ୟୁଜ | ଭୁବନେଶ୍ୱର ତା ୨୯/୦୬/୨୦୨୬ | ସୋମବାର
ଭୁବନେଶ୍ୱର: ଓଡ଼ିଶାର ବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଓ ନୂତନ ଶିକ୍ଷାନୀତି-୨୦୨୦ର କୁପ୍ରଭାବ ବିରୋଧରେ ଆସନ୍ତା ୧ ଜୁଲାଇ ୨୦୨୬, ବୁଧବାର ଦିନ ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ ଗଣଧାରଣା ଅନୁଷ୍ଠିତ ହେବ। ଭାରତ ମୁକ୍ତି ମୋର୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଓଡ଼ିଶା ପକ୍ଷରୁ ଏହି ଆନ୍ଦୋଳନର ଡାକରା ଦିଆଯାଇଛି।
ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା
ଭାରତ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ରାଜ୍ୟ ସଭାପତି ମା. ମାଧବ ସୁନାନୀ (82495 84512) ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ଈ. ମନୋରଞ୍ଜନ ନାଏକ (95567 30164)ଙ୍କ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ୱେବ୍, ଡିଜିଟାଲ ଏବଂ ସୋସିଆଲ ମିଡିଆର ସାମ୍ବାଦିକ ଓ ପ୍ରତିନିଧିଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇ ସହଯୋଗ ଲୋଡ଼ାଯାଇଛି।
କାର୍ଯ୍ୟକ୍ରମର ବିବରଣୀ:
- ତାରିଖ: ୧ ଜୁଲାଇ ୨୦୨୬ (ବୁଧବାର)
- ସମୟ: ସକାଳ ୧୦:୦୦ ଘଟିକା ଠାରୁ ଅପରାହ୍ଣ ୩:୦ ଘଟିକା ପର୍ଯ୍ୟନ୍ତ
- ସ୍ଥାନ: ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଏକାଳୀନ ଶାନ୍ତିପୂର୍ଣ ପ୍ରତିବାଦ ଓ ଧାରଣା। ଭୁବନେଶ୍ୱରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟ ଧାରଣା ଅନୁଷ୍ଠିତ ହେବ।
- ସ୍ୱରୂପ: ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ, ଧାରଣା ଓ ପ୍ରତିବାଦ ସଭା ହେବ।
ମୁଖ୍ୟ ଦାବି:
୧. KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଶ୍ରୁତ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା।
୨. NEP-2020 ବିରୋଧ: ନୂତନ ଶିକ୍ଷାନୀତି-୨୦୨୦ ଦ୍ୱାରା ପ୍ରଭାବିତ ସମସ୍ତ ପାଠ୍ୟପୁସ୍ତକରେ ଥିବା ହଜାର ହଜାର ଭୁଲ, ବିଭ୍ରାନ୍ତି ଓ ପକ୍ଷପାତିତାକୁ ତୁରନ୍ତ ସଂଶୋଧନ କରିବା।
୩. ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ: ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ଖାଲିପଡ଼ିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀକୁ ତୁରନ୍ତ ପୂରଣ କରିବା।
ଗଣମାଧ୍ୟମକୁ ନିବେଦନ
ମୋର୍ଚା ପକ୍ଷରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ମହତ୍ୱପୂର୍ଣ ଆନ୍ଦୋଳନର ଖବର ପ୍ରଚାର/ପ୍ରସାରିତ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଆବାଜକୁ ସରକାର ତଥା ଜନତାଙ୍କ ପାଖରେ ପହଞ୍ଚାଇବାରେ ସହଯୋଗ କରନ୍ତୁ।
ରିପୋର୍ଟ: ନବସେତୁ ନ୍ୟୁଜ ବ୍ୟୁରୋ
Thanks to nabasetu news