ନବସେତୁ ନ୍ୟୁଜ୍ଭୁବନେଶ୍ୱର, ୦୬.୦୭.୨୦୨୬
SIR ପରେ ପ୍ରକାଶ ପାଇଲା ଚିଠା ଭୋଟର୍ ତାଲିକା, ଉପକୂଳ ଜିଲ୍ଲାରୁ ୨୦ ଲକ୍ଷରୁ ଅଧିକ ନାଁ ବାଦ୍ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି-ଆପତ୍ତି ଦେଇପାରିବେ, ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ତାଲିକା
ରାଜ୍ୟରେ SIR ଅର୍ଥାତ୍ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପରେ ଆଜି ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ବୁଥ୍ ଲେବଲ୍ ଅଫିସର୍ ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରିଥିଲେ।
ମୁଖ୍ୟ ତଥ୍ୟ:
- ମୋଟ ଭୋଟର୍: ରାଜ୍ୟରେ ପ୍ରାୟ ୩ କୋଟି ୩୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣଙ୍କଠାରୁ ଫର୍ମ ସଂଗ୍ରହ ହୋଇଛି।
- କେତେ ନାଁ କଟିଲା: ବିଭିନ୍ନ କାରଣରୁ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ ବାଦ୍ ପଡିଛି।
- ମୃତ: ୮ ଲକ୍ଷ ୩୨ ହଜାର
- ସ୍ଥାନାନ୍ତରିତ/ଅନୁପସ୍ଥିତ: ୧୦ ଲକ୍ଷ ୭ ହଜାର
- ଏକାଧିକ ସ୍ଥାନରେ ନାଁ: ୧ ଲକ୍ଷ ୫୮ ହଜାର
- ଅନ୍ୟାନ୍ୟ କାରଣ: ୧୪ ହଜାର
- ଲିଙ୍ଗ ଆଧାରିତ ସଂଖ୍ୟା: ଚିଠା ତାଲିକାରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ଜଣ ପୁରୁଷ, ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଏବଂ ୨ ହଜାର ୭୫ ଜଣ ତୃତୀୟ ଲିଙ୍ଗି ଭୋଟର୍ ଅଛନ୍ତି।
କେଉଁ ଜିଲ୍ଲାରେ ଅଧିକ କଟିଲା?
ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରରେ ସର୍ବାଧିକ ଭୋଟରଙ୍କ ନାଁ ବାଦ୍ ପଡିଛି।
ନାଁ ନଥିଲେ କ’ଣ କରିବେ?
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି – ଯଦି କାହାର ନାଁ ତାଲିକାରେ ନାହିଁ କିମ୍ବା ଭୁଲ୍ ଅଛି, ତେବେ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଦାବି ଓ ଆପତ୍ତି ଦାଖଲ କରିପାରିବେ।
ଯାଞ୍ଚ ପରେ ପ୍ରକୃତ ଭୋଟରଙ୍କ ନାଁ ପୁନର୍ବାର ଯୋଡା ଯିବ।
ତାଲିକା ଯାଞ୍ଚ ପାଇଁ ECINET ଆପ୍, http://voters.eci.gov.in କିମ୍ବା http://ceoodisha.nic.in ୱେବସାଇଟ୍ ମାଧ୍ୟମରେ ଯାଞ୍ଚ କରିପାରିବେ। ନଚେତ୍ ନିଜ ବୁଥ୍ ର BLO ଙ୍କ ନିକଟରୁ ମଧ୍ୟ ଜାଣିପାରିବେ। ନାଁ ନଥିଲେ ଫର୍ମ-୬ ପୂରଣ କରି ଘୋଷଣାପତ୍ର ସହ ଦାଖଲ କରନ୍ତୁ।
ରାଜନୀତି ତେଜିଲା
୨୦ ଲକ୍ଷ ନାଁ କଟିବାକୁ ନେଇ ରାଜନୀତି ସରଗରମ ହୋଇଛି।
- କଂଗ୍ରେସ: ପଂଚାୟତ ନିର୍ବାଚନ ପୂର୍ବରୁ ଏହା ଷଡଯନ୍ତ୍ର ବୋଲି ଅଭିଯୋଗ କରିଛି।
- ବିଜେଡି: ୨୦ ଲକ୍ଷ ନୁହେଁ, ୨୭ ଲକ୍ଷ ନାଁ କଟିଛି। ୭ ଲକ୍ଷ ନାଁ ଲୁଚାଯାଉଛି ବୋଲି କହିଛି।
- ବିଜେପି: ବିରୋଧୀ ଅଯଥା ଭୟଭୀତ ହେଉଛନ୍ତି। ଭୁଲ୍ ହୋଇଥିଲେ ଅଭିଯୋଗର ବ୍ୟବସ୍ଥା ଅଛି ବୋଲି କହିଛି।
ସ୍ବଚ୍ଛ ତାଲିକା ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୧୦ ଜଣ ବରିଷ୍ଠ IAS ଅଫିସରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ।
ରିପୋର୍ଟ: ନବସେତୁ ବ୍ୟୁରୋ
#OdishaSIR #ଭୋଟରତାଲିକା #ଓଡିଶାନିର୍ବାଚନ #ECI